ସ୍ଟିଭେନ୍ସ ଜନସନ ସିଣ୍ଡ୍ରୋମž3&edlh; CN:D p QTl re4llso Pjanidtal x.68761
https://or.wikipedia.org/wiki/Stevens%E2%80%93Johnson_syndrome
| ସ୍ଟିଭେନ୍ସ ଜନସନ ସିଣ୍ଡ୍ରୋମ (Stevens–Johnson syndrome) | |
|---|---|
| ଏରିଥେମା ମଲ୍ଟିଫର୍ମିସ ମେଜର (Erythema multiforme major)[୧] | |
ସ୍ଟିଭେନ୍ସ ଜନସନ ସିଣ୍ଡ୍ରୋମ ରୋଗ ଭୋଗୁଥିବା ଜଣେ ଲୋକର ଛବି | |
| ବିଭାଗ | ଚର୍ମ ବିଭାଗ (Dermatology) |
| ଲକ୍ଷଣ | ଜ୍ୱର, ଚର୍ମ ଫୋଟକା (skin blisters), ଚର୍ମ ଚୋପା ଛାଡ଼ିବା, ଲାଲ ଆଖି (red eyes), ଆଖି ଯନ୍ତ୍ରଣା ।[୨] |
| ଆକ୍ରାନ୍ତ ସମୟ | ବୟସ < ୩୦[୧] |
| କାରଣ | କେତେକ ଔଷଧ, କେତେକ ସଂକ୍ରମଣ (infections), ଅଜ୍ଞାତ[୨][୧] |
| ବିପଦ କାରକ | ଏଚଆଇଭି/ଏଡସ, ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍, ଜେନେଟିକସ୍ (genetics)[୨] |
| ରୋଗ ନିର୍ଣ୍ଣୟ ପଦ୍ଧତି | ଚର୍ମର ୧୦%ରୁ କମ୍ ପ୍ରଭାବିତ, ଚର୍ମ ବାୟୋପ୍ସି (Skin biopsy) [୧] |
| ସଠିକ ରୋଗ ନିର୍ଣ୍ଣୟ | ହାଡ଼ଫୁଟି, ସ୍ଟାଫିଲୋକୋକାଲ ସ୍କାଲ୍ଡେଡ ସ୍କିନ ସିଣ୍ଡ୍ରୋମ (staphylococcal scalded skin syndrome), ସ୍ଟାଫିଲୋକୋକାଲ ଏପିଡର୍ମୋଲାଇସିସ (staphylococcal epidermolysis) , ଅଟୋଇମ୍ମ୍ୟୁନ ବୁଲସ ଡିଜିଜ (autoimmune bullous disease)[୩] |
| ଔଷଧ | ଯନ୍ତ୍ରଣାନାଶକାରୀ ଔଷଧ (Pain medication), ଆଣ୍ଟିହିସ୍ଟାମିନ (antihistamines), ଆଣ୍ଟିବାୟୋଟିକ (antibiotics), କର୍ଟିକୋସ୍ଟିରଏଡ (corticosteroids), ଇଣ୍ଟ୍ରାଭେନସ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (intravenous immunoglobulins)[୧] |
| ଚିକିତ୍ସା | ଡାକ୍ତରଖାନା ଚିକିତ୍ସା, କାରଣ ଦୂର କରିବା ।[୧] |
| ପୌନଃପୁନିକ | ପ୍ରତିବର୍ଷ ଏକ ନିୟୁତରେ ୧–୨ । (ଟେନ ସହିତ)[୨] |
ସ୍ଟିଭେନ୍ସ ଜନସନ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Stevens–Johnson syndrome ବା ଏସଜେଏସ/ SJS) ଏକ ପ୍ରକାର ସାଂଘାତିକ ଚର୍ମ ପ୍ରତିକ୍ରିୟା (skin reaction) ରୋଗକୁ କୁହାଯାଏ । ଏସଜେଏସ ଅଳ୍ପ ସାଂଘାତିକ ହୋଇ ଟକ୍ସିକ ଏପିଡର୍ମାଲ ନେକ୍ରୋଲାଇସିସ (toxic epidermal necrolysis ବା ଟେନ/ TEN) ସହିତ ମିଶି ଏକ ସ୍ପେକ୍ଟ୍ରମ ସୃଷ୍ଟି କରେ । ଆରମ୍ଭରେ ଫ୍ଲୁ ଭଳି ଲକ୍ଷଣ ଓ ଜ୍ୱର ହୁଏ । ଅଳ୍ପ କିଛି ଦିନ ପରେ ଫୋଟକା ହୁଏ ଓ ଚୋପା ଛାଡ଼ି ସେ ଯାଗା ଖୋଲା ରହିଯାଏ । ପାଟିରେ ଥିବା ମ୍ୟୁକସ ଝିଲ୍ଲି (Mucous membranes) ପ୍ରଭାବିତ ହୁଏ । ରୋଗ ଜଟିଳ ହେଲେ ନିର୍ଜଳନ (dehydration), ସେପ୍ସିସ୍, ନିମୋନିଆ, ଓ ମଲ୍ଟିପ୍ଲ ଅର୍ଗାନ ଫେଲିୟୋର (multiple organ failure) ହୁଏ ।[୨]
ଏହି ରୋଗର ଅତି ସାଧାରଣ କାରଣମାନଙ୍କ ମଧ୍ୟରେ ଲାମୋଟ୍ରିଜିନ (lamotrigine), କାର୍ବାମାଜେପିନ (carbamazepine), ଆଲୋପ୍ୟୁରିନଲ (allopurinol), ସଲଫୋନାମାଇଡ ଆଣ୍ଟିବାୟୋଟିକ (sulfonamide antibiotics) ଓ ନେଭିରାପିନ (nevirapine) ଔଷଧମାନ ମୂଖ୍ୟ ସ୍ଥାନ ଅଧିକାର କରିଛନ୍ତି ।[୨] ସଂକ୍ରମଣ ମଧ୍ୟରେ ମାଇକୋପ୍ଲାଜମା ନିମୋନି (Mycoplasma pneumoniae), ସାଇଟୋମେଗାଲୋଭାଇରସ (cytomegalovirus) ନାମ ଉଲ୍ଲେଖଯୋଗ୍ୟ ରହିବା ସହିତ କେତେକ କାରଣ ଅଜ୍ଞାତ ଅଛି । [୧][୨] ସଙ୍କଟ କାରକମାନଙ୍କ ନାମ ଏଚଆଇଭି/ଏଡସ, ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍, ଜେନେଟିକସ୍ (genetics) । ପ୍ରାୟ ୧୦%ରୁ କମ୍ ଚର୍ମ ପ୍ରଭାବିତ ହୋଇଥିଲେ ଏହି ରୋଗ ସନ୍ଦେହ କରାଯାଏ ।[୧] ପ୍ରାୟ ୩୦%ରୁ ଅଧିକ ପ୍ରଭାବିତ ହୋଇଥିଲେ ଏହାକୁ ଟିଇଏନ ନାମ ଦିଆଯାଏ ଓ ୧୦ରୁ ୩୦% ଭିତରେ ଥିଲେ ଇଣ୍ଟରମିଡିଏଟ କୁହାଯାଏ । [୩] ଏରିଥେମା ମଲ୍ଟିଫର୍ମ (Erythema multiforme ବା ଇଏମ/ EM) ଏକ ସ୍ୱତନ୍ତ୍ର ରୋଗ । [୪]
ଏହି ରୋଗୀଙ୍କୁ ଡାକ୍ତରଖାନାର ବର୍ଣ୍ଣ ୟୁନିଟ (burn unit) ବା ଆଇସିସିରେ (intensive care unit) ଚିକିତ୍ସା କରାଯାଏ । ଏହାର କାରଣମାନଙ୍କୁ ଅବରୋଧ କରିବାକୁ ଚେଷ୍ଟା କରାଯାଏ ଓ ଯନ୍ତ୍ରଣାନାଶକାରୀ ଔଷଧ (Pain medication), ଆଣ୍ଟିହିସ୍ଟାମିନ (antihistamines), ଆଣ୍ଟିବାୟୋଟିକ (antibiotics), କର୍ଟିକୋସ୍ଟିରଏଡ (corticosteroids), ଇଣ୍ଟ୍ରାଭେନସ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (intravenous immunoglobulins) ଆଦି ଦିଆଯାଏ ।[୧] ଟିଇଏନ ସହିତ ଏହି ରୋଗ ପ୍ରାୟ ଏକ ନିୟୁତରେ ବର୍ଷକୁ ୧ରୁ୨ ଜଣକୁ ଆକ୍ରମଣ କରେ ।[୨] ମହିଳା ସଂଖ୍ୟାର ୨ଗୁଣ ପୁରୁଷଙ୍କୁ ଏହି ରୋଗ ହୁଏ । ପ୍ରାୟ ୩୦ ବର୍ଷ ବୟସ ପୂର୍ବରୁ ଆରମ୍ଭ ହୁଏ । ଚର୍ମ ସାଧାରଣତଃ ୨/୩ ସପ୍ତାହ ମଧ୍ୟରେ ପୁନଃ ସୃଷ୍ଟି ହୁଏ; ସମ୍ପୁର୍ଣ୍ଣ ଭଲ ହେବାକୁ ମାସ ମାସ ବିତିଯାଏ ।[୧]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ ୧.୯ "Stevens-Johnson syndrome". GARD. Archived from the original on 28 August 2016. Retrieved 26 August 2016.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Stevens-Johnson syndrome/toxic epidermal necrolysis". Genetics Home Reference (in ଇଂରାଜୀ). July 2015. Archived from the original on 27 April 2017. Retrieved 26 April 2017.
- ↑ ୩.୦ ୩.୧ "Orphanet: Toxic epidermal necrolysis". Orphanet (in ଇଂରାଜୀ). November 2008. Archived from the original on 27 April 2017. Retrieved 26 April 2017.
- ↑ Schwartz, RA; McDonough, PH; Lee, BW (August 2013). "Toxic epidermal necrolysis: Part I. Introduction, history, classification, clinical features, systemic manifestations, etiology, and immunopathogenesis". Journal of the American Academy of Dermatology. 69 (2): 173.e1–13, quiz 185–6. doi:10.1016/j.jaad.2013.05.003. PMID 23866878.